ଭୁବନେଶ୍ୱର: ଓଡ଼ିଶା ସରକାର ରାଜଧାଦୀ ଭୁବନେଶ୍ୱରରେ ପନିପରିବା ଦର ଉପରେ କଡ଼ା ନଜର ରଖିଛନ୍ତି ଏବଂ କଳାବଜାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୋମବାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି।ରାଜ୍ୟ ସରକାର ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅବଗତ। ଯଦି କୌଣସି ସ୍ଥାନରେ କଳାବଜାରୀ ହୁଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାତ୍ୟା ସମୟରେ କେହି ଗ୍ରାହକଙ୍କୁ ଶୋଷଣ କରିପାରିବେ ନାହିଁ। ଏହାକୁ ସହ୍ୟ କରାଯିବ ନାହିଁ। ବାତ୍ୟା ମୋନ୍ଥା ବେଶିକିଛି କ୍ଷୟକ୍ଷତି କରିବାର ଆଶଙ୍କା ନାହିଁ। ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ।
