ଭୁବନେଶ୍ୱର/ଯାଜପୁର: ଯାଜପୁର ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀ ରବି ନାରାୟଣ ବେହେରାଙ୍କ ପୂଜ୍ୟ ମାତୃଶ୍ରୀ ଶ୍ରୀମତୀ ସରସ୍ୱତୀ ବେହେରାଙ୍କ ପରଲୋକ ଘଟିଥିବା ଖବର ଶୁଣି ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଳରେ ଗଭୀର ଶୋକର ଛାୟା ପଡ଼ିଛି।
ସ୍ୱର୍ଗତା ସରସ୍ୱତୀ ବେହେରା ଜଣେ ସ୍ନେହମୟୀ, ଧର୍ମପରାୟଣା ଓ ମିଷ୍ଟାଭାଷୀ ବ୍ୟକ୍ତିତ୍ୱ ଭାବେ ସମାଜରେ ପରିଚିତ ଥିଲେ। ସେ ନିଜ ପରିବାର ଓ ସମାଜ ପ୍ରତି ଅପାର ସ୍ନେହ, ସମର୍ପଣ ଓ ସେବାଭାବ ପାଇଁ ସଦା ସ୍ମରଣୀୟ ରହିବେ।
ତାଙ୍କ ପରଲୋକରେ ବିଭିନ୍ନ ମହଳରୁ ଶୋକବାର୍ତ୍ତା ପ୍ରକାଶ ପାଇଛି। ସମସ୍ତେ ସ୍ୱର୍ଗତା ଆତ୍ମାର ସଦ୍ଗତି କାମନା କରିଥିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରୁନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
