ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଅପମାନକୁ ସହିଲେନି ନେତାଜୀଙ୍କ ପରିବାର । ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି । ସୋସିଆଲ ମାଧ୍ୟମରେ ଏକ ବଡ଼ ବୟାନ ଦେଇଛନ୍ତି ଚନ୍ଦ୍ର କୁମାର ବୋଷ । କହିଛନ୍ତି, ସମ୍ମାନଜନକ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି ।
ବିଜୁ ବାବୁ ଆମ ବୋଷ ପରିବାରର ବହୁତ ନିକଟତର ଥିଲେ। ବିଶେଷ କରି ମୋ ବାପା ଅମିୟ ନାଥ ବୋଷଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏହା ସହ ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ କଟାକ୍ଷ କରି କହିଛନ୍ତି ଅଳ୍ପ ବିଦ୍ୟା ଭୟଙ୍କରୀ । ନିଜ ମାଲିକଙ୍କୁ ଖୁସି କରିବା ପାଇଁ ସର୍ବସାଧାରଣରେ ଏଭଳି ଭୟଙ୍କର ମିଥ୍ୟା ବିବୃତ୍ତି ଦେବା ବନ୍ଦ କରିବା ଉଚିତ। ଚନ୍ଦ୍ର କୁମାର ବୋଷ ହେଉଛନ୍ତି ନେତାଜୀଙ୍କ ବଡ଼ ଭାଇ ଶରତ ଚନ୍ଦ୍ର ବୋଷଙ୍କ ନାତି। ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଏବଂ ବିଜୁ ବାବୁଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ସେ ସ୍ୱର ଉତ୍ତୋଳନ କରିଛନ୍ତି।
