ନୂଆପଡ଼ା : ନୂଆପଡ଼ାରେ କାଳ ବୈଶାଖୀର ତାଣ୍ଡବ । ବର୍ଷା ସହ କୁଆପଥର ମାଡ ହୋଇଥିବା ଜଣାଯାଇଛି । ଆଜି ଅପରାହ୍ନରେ ନୂଆପଡା ଜିଲ୍ଲାର ଖଡ଼ିଆଳ ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ଼ ହୋଇଛି । ଗତ କିଛି ଦିନ ହେଲା ନୂଆପଡ଼ା ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସହ ମୁଣ୍ଡଫଟା ଖରାର ପ୍ରକୋପ ଦେଖିବାକୁ ମିଳିଥିଲା । ତାପମାତ୍ରା ୪୩ଡିଗ୍ରୀକୁ ଛୁଇଥିଲା । ହେଲେ ଆଜି କାଳ ବୈଶାଖୀ ପରେ ତାତିରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସମେତ ଆଖପାଖ ଅଂଚଳରେ କାଳ ବୈଶାଖୀ ବର୍ଷା ପ୍ରଭାବରେ ପବନ ସହ ଘଡ଼ଘଡ଼ି ବର୍ଷା ଓ କୁଆପଥର ମାଡ ହୋଇଛି । ଯାଫଳରେ ସ୍ଥାନୀୟ ଲୋକମାନଙ୍କୁ ଗରମ ଓ ଗୁଳୁଗୁଳିରୁ ରାହତ ମିଳିଥିବା ବେଳେ କୁଆପଥର ମାଡରେ ଚାଷୀଙ୍କ ରବିଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଚାଷୀମାନେ ଏଥିପାଇଁ କ୍ଷତିପୂରଣ ଦାବି କରିଛନ୍ତି ।
