ନୂଆଦିଲ୍ଲୀ : ଫେଡେରେସନ ଅଫ୍ ଇଣ୍ଡିଆନ୍ ଏୟାରଲାଇନ୍ସ (ଏଫ୍ଆଇଏ) ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଚେତାବନୀ ଦେଇଛି । ଜେଟ୍ ଇନ୍ଧନ ଦର ବୃଦ୍ଧି ଯୋଗୁଁ ପରିବହନ କ୍ଷେତ୍ରରେ ଚାପ ପଡିଛି । ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଭାରତର ବିମାନ ଶିଳ୍ପ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ଭଳି ବାହକ ସଂସ୍ଥାଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ଫେଡେରେସନ ଅଫ୍ ଇଣ୍ଡିଆନ୍ ଏୟାରଲାଇନ୍ସ କୁ ସହାୟତା ମାଗିଛନ୍ତି ।
ବିମାନ ଟରବାଇନ୍ ଇନ୍ଧନ (ଏଟିଏଫ୍) ମୂଲ୍ୟ ବୃଦ୍ଧି ଯୋଗୁଁ ବିମାନ କମ୍ପାନୀ ଚାପର ସମ୍ମୁଖୀନ ହେଉଛନ୍ତି । ଶିଳ୍ପ ସଂଗଠନ ଅନୁଯାୟୀ, ଇନ୍ଧନ ଯାହା ସାଧାରଣତଃ ବିମାନ ଖର୍ଚ୍ଚର ପ୍ରାୟ ୩୦-୪୦% ହୋଇଥାଏ, ବର୍ତ୍ତମାନ ପରିଚାଳନା ଖର୍ଚ୍ଚର ୫୫-୬୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ଏଫ୍ଆଇଏ ସରକାରଙ୍କ ସାମ୍ନାରେ ୩ଟି ଦାବି :
– ଅକ୍ଟୋବର ୨୦୨୨ରେ ଲାଗୁ ହୋଇଥିବା କ୍ରେକ ବ୍ୟାଡ୍ ମେକାନିଜମକୁ ଚାଲୁ କରାଯାଉ । ଏହା ୨୦୨୪ ଡିସେମ୍ବରରୁ ବନ୍ଦ ପଡିଥିଲା । ଏହା ଅଧିନରେ କ୍ରୁଡ ଅଏଲ ଏବଂ ଏଟିଏଫ ମଧ୍ୟରେ ଏକ ଧାର୍ଯ୍ୟ ସମୟସୀମା ରହୁଥିଲା ।
– ଘରୋଇ ଉଡ଼ାଣ ପାଇଁ ଏଟିଏଫରେ ଲାଗୁଥିବା ୧୧ ପ୍ରତିଶତ ଏକ୍ସାଇଜ ଡ୍ୟୁଟିକୁ ଅସ୍ଥାୟୀ ଭାବେ ହଟାଯାଉ କିମ୍ବା ସ୍ଥଗିତ କରାଯାଉ ।
– ପ୍ରମୁଖ ରାଜ୍ୟରେ ଭାଟ୍ କମ୍ କରାଯାଉ । ଦିଲ୍ଲୀରେ ଏଟିଏଫ ୨୫ % ଭାଟ୍, ତାମିଲନାଡୁରେ ୨୯% ଭାଟ୍, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଲକତାରେ ୧୬% ରୁ ୨୦ % ଭାଟ୍ ଲାଗୁ ହୋଇଥାଏ । ଏହି ୬ଟି ସହରରେ ଦେଶରେ ୫୦ ପ୍ରତିଶତରୁ ଅଧିକ ଏୟାରଲାଇନ ଅପରେସନ୍ସ କଭର କରେ ।
