ମଧ୍ୟପ୍ରଦେଶ : ବହୁ ଚର୍ଚ୍ଚିତ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଜାମିନ ମିଳିଛି । ସୋନମଙ୍କୁ ଶିଲଂ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପ୍ରେମିକ ସହ ମିଶି ସୋନମ ରଚିଥିଲା ବ୍ଲୁପ୍ରିଣ୍ଟ । ଆଉ ହନିମୁନ୍ ବାହାନାରେ ଜଙ୍ଗଲ ଭିତରେ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ସୋନମଙ୍କୁ ଜୁନ୍ ୯, ୨୦୨୫ରେ ଇନ୍ଦୋରରେ ଗିରଫ କରାଯାଇଥିଲା । ମେଘାଳୟର ଚେରାପୁଞ୍ଜି ସ୍ଥିତ ନୋଙ୍ଗରିଆଟ୍ ଗାଁରେ ଥିବା ଏକ ହୋମଷ୍ଟେରୁ ଚେକ୍ ଆଉଟ୍ କରିବାର କିଛି ଘଣ୍ଟା ପରେ ମେ ୨୩ ତାରିଖରେ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ ରଘୁବଂଶୀ ନିଖୋଜ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରାଜାଙ୍କ ମୃତ୍ୟୁକୁ ସହଜରେ ପୋଲିସ ଗ୍ରହଣ କରିନଥିଲା । ସୋନମଙ୍କୁ ପୋଲିସ ସନ୍ଦେହ କରିବା ପରେ ସୋନମ ଉତ୍ତର ପ୍ରଦେଶର ଗାଜିପୁରରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।
ସୋନମ ଏବଂ ରାଜାଙ୍କ ବିବାହ ୧୧ ମେ ୨୦୨୫ରେ ଇନ୍ଦୋରରେ ହୋଇଥିଲା ଏବଂ ୨୦ ମେ ରେ ଦୁହେଁ ସେମାନଙ୍କ ହନିମୁନ୍ ପାଇଁ ଗୌହ୍ବାଟି ଦେଇ ମେଘାଳୟ ଯାଇଥିଲେ ।
ଏହା ପୂର୍ବରୁ, ଡିସେମ୍ବର ୨୦୨୫ରେ ଶିଲଂର ଏକ କୋର୍ଟ ସୋନମ ରଘୁବଂଶୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲା
