ରାଜନଗର : ଗୋଷ୍ଠୀ ସଂଘର୍ଷ ତିନି ଗୁରୁତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଜରିମୂଳ ଭେଡୀସାହି ଗାଁ ରେ ଗୋଷ୍ଠୀ ସଂଘର୍ଷ । ଭୁଜାଲିରେ ଆକ୍ରମଣ ଯୋଗୁଁ ଉଭୟ ପକ୍ଷରୁ ତିନିଜଣ ଗୁରୁତର ହୋଇଛନ୍ତି । ଭେଡୀସାହି ଗାଁର ବାବୁରାମ ପରିଡା କାର ନେଇ ଯାଉଥିବା ସମୟରେ ତାଙ୍କ ଗାଡିର ପାଣି ସେହି ଗାଁର ଦେବାଶିଷ ସାହୁଙ୍କ ଉପରେ ପଡିଥିଲା । ଯାହାକୁ ନେଇ ଦୁହିଁ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ ଗାଡି ଚାଳକ ତାଙ୍କ ସମ୍ପର୍କୀୟଙ୍କ ସହିତ ଆସି ଭୁଜାଲିରେ ଦେବାଶିଷଙ୍କୁ ହାଣିଥିଲେ। ଘଟଣା ଉଗ୍ରରୂପ ଧାରଣ କରିବା ସହ ଉଭୟ ପକ୍ଷରୁ ତିନିଜଣ ଗୁରୁତର ହୋଇ ରାଜନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ମେଡିକାଲରେ ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
