ବାଲେଶ୍ଵର: ଜିଲ୍ଲା ପ୍ରଶାସନ ଅଭଦ୍ରୋଚିତ ବ୍ୟବହାର। ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକ ହେଲେ ହଟହଟା । ସାମ୍ବାଦିକ ସମ୍ମିଳନୀକୁ ଡାକି ସାମ୍ବାଦିକଙ୍କୁ ବସିବାକୁ ଚୌକି ଖଣ୍ଡେ ଦେଲେ ନାହିଁ। ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାଲେଶ୍ଵର ଗସ୍ତ ଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପୂର୍ବରୁ ବନ୍ୟାଞ୍ଚଳ ଗସ୍ତ ପାଇଁ ସ୍ଥିରୀକୃତ ହୋଇଥିଲା । ତେବେ ସେହି ଅନୁସାରେ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ହେଲେ ସାମ୍ବାଦିକ ସମ୍ମିଳନୀ ସ୍ଥଳରେ ଉପମୁଖ୍ୟମନ୍ତ୍ରୀଙ୍କ ଚୌକି ଛଡ଼ା ଖଣ୍ଡେ ଚେୟାର ମଧ୍ୟ ପଡ଼ି ନଥିଲା । ଫଳରେ ସାମ୍ବାଦିକମାନେ ଉପମୁଖ୍ୟମନ୍ତ୍ରୀଙ୍କ ଚୌକି ସାମ୍ନାରେ ତଳେ ବସିବା ପାଇଁ ବାଧ୍ୟ ହୋଇଥିଲେ । ବାଲେଶ୍ଵର ଜିଲ୍ଲା ପ୍ରଶାସନର ଏଭଳି ମାନସିକତା ପାଇଁ ସମଗ୍ର ଜିଲ୍ଲାରେ ଓ ସାମାଜିକ ଗଣମାଧ୍ୟମରେ ନିନ୍ଦା କରାଯାଉଛି । ଦାୟିତ୍ୱବାନ ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରତି ଏଭଳି ଅପମାନ ସମଗ୍ର ସାମ୍ବାଦିକ ବୃତ୍ତି ପ୍ରତି ନିନ୍ଦିତ କରିଛି ।
