ଦୀର୍ଘ ଦିନ ଧରି ହୁମା କୁରେଶୀ ଓ ଅଭିନେତା ରଚିତ ସିଂହଙ୍କ ସମ୍ପର୍କକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଯଦିଓ ଦୁହେଁ କେବେ ବି ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି କିଛି କହିନାହାନ୍ତି, ତଥାପି ବିଭିନ୍ନ ସାର୍ବଜନୀନ ସ୍ଥାନରେ ସେମାନଙ୍କୁ ଏକାଠି ଦେଖାଯିବା ପରେ ପ୍ରଶଂସକମାନେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଅନୁମାନ କରୁଛନ୍ତି ।
କିଛି ମାସ ପୂର୍ବରୁ ଖବର ଆସିଥିଲା ଯେ, ହୁମା ଓ ରଚିତ ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ବିବାହ କରିବାକୁ ଯୋଜନା କରୁଛନ୍ତି । ଏବେ ଏହି ବିବାହ ଚର୍ଚ୍ଚାକୁ ନେଇ ଦୁହେଁ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି।
ବିବାହ ପ୍ରସଙ୍ଗରେ ଏକ ସାକ୍ଷାତକାରରେ ହୁମା କହିଛନ୍ତି, “ଆପଣ ଓ ମୋ ମା’ଙ୍କ ପ୍ରଶ୍ନ ପ୍ରାୟ ଏକାଭଳି । ବିବାହ କେବେ ହେବ, ଏହାର ଉତ୍ତର ମୋ ପାଖରେ ନାହିଁ । ସମୟ ଆସିଲେ ବିବାହ ହେବ । ବର୍ତ୍ତମାନ ମୋ ପାଖରେ ଅନେକ କାମ ଅଛି । ଏହି ବର୍ଷଟି ମୋ ପାଇଁ ବହୁତ ବ୍ୟସ୍ତ, ତେଣୁ ମୁଁ ଏବେ କେବଳ ମୋ କାମ ଉପରେ ଧ୍ୟାନ ଦେଉଛି ।”
ତେବେ ଏହାର କିଛି ସପ୍ତାହ ପୂର୍ବରୁ ରଚିତ ସିଂହ ମଧ୍ୟ ଏହି ବିବାହ ଗୁଜବକୁ ନେଇ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, “ମୋ ବିବାହ କିଏ ଏବଂ କେଉଁଠି କରାଉଛି, ମୁଁ ଜାଣିନି । ଭାବୁଛି ମୋ ମା’ଙ୍କ ଫୋନ୍ ନମ୍ବର ଦେଇଦେବି, କାରଣ ସମସ୍ତେ ମତେ ଫୋନ୍ କରି ଏହି ପ୍ରଶ୍ନ ପଚାରୁଛନ୍ତି । ବର୍ତ୍ତମାନ ପାଇଁ ବିବାହ ହେଉନାହିଁ।” ଏଭଳି ଭାବରେ ଦୁହେଁ ବିବାହ ଖବରକୁ ଖଣ୍ଡନ କରିଥିଲେ ମଧ୍ୟ, ସେମାନେ କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ, ତାହାକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଜାରି ରହିଛି ।
କାମ କଥା କହିଲେ, ହୁମା କୁରେଶୀ ଓ ରଚିତ ସିଂହଙ୍କୁ ଶେଷ ଥର ପାଇଁ ବଡ଼ ପରଦାରେ ‘ବେବି ଡୁ ଡାଏ ଡୁ’ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଫିଲ୍ମଟି ୩ ଜୁଲାଇ ୨୦୨୬ରେ ମୁକ୍ତିଲାଭ କରିଥିଲା । ସମାଲୋଚକ ଓ ଦର୍ଶକଙ୍କଠାରୁ ମିଶ୍ର ପ୍ରତିକ୍ରିୟା ପାଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ବିଶେଷ ସଫଳତା ହାସଲ କରିପାରିନଥିଲା । ତଥ୍ୟ ଅନୁସାରେ, ଫିଲ୍ମଟି ଏପର୍ଯ୍ୟନ୍ତ ମୋଟ ୭.୧୦ କୋଟି ଟଙ୍କା ଆୟ କରିଛି ।
ଏହାଛଡ଼ା ହୁମା କୁରେଶୀ ଖୁବ୍ଶୀଘ୍ର ‘ଟକ୍ସିକ୍’ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ୟଶ, କିଆରା ଆଡଭାନୀ ଓ ତାରା ସୁତାରିଆ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମଟି ୨୬ ଅଗଷ୍ଟ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି । ଇଣ୍ଟିମେଟ୍ ଓ ବୋଲ୍ଡ ସିନ୍କୁ ନେଇ ଏହି ଫିଲ୍ମ ପୂର୍ବରୁ ହିଁ ବିବାଦରେ
