ଜିଲ୍ଲାରେ ମୂଷଳ ଧାରାରେ ବର୍ଷା ଯୋଗୁଁ ସାନ୍ଦୁଲ, ହାତୀ ସମେତ ବିଭିନ୍ନ ନଦୀରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ହୋଇଛି। ବ୍ୟାପକ ବର୍ଷା ଯୋଗୁଁ ପାହାଡ ରୁ ପଥର ଖସିବା ଯୋଗୁଁ ମହୁଲପାଟଣା-ମୁଖୀଗୁଡ଼ା, ମୋହନଗିରିର ଦେଢଶୁଲି ପଞ୍ଚାୟତର ବିଭିନ୍ନ ଗାଁ ଓ ସିଂଗାରୀ ଘାଟିରେ ମଧ୍ୟ ଯାତାୟତ ଠପ ହୋଇଥିଲା। ବନ୍ୟା ଜଳରେ ଜଣେ ଶିକ୍ଷକ ଙ୍କ
ମୃତ ଦେହ ମଧ୍ୟ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ଭାଇ ନିଖୋଜ ଅଛନ୍ତି। ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ଥିବା ବେଳେ ଫୁର୍ଲିଝରଣ ଜଳପ୍ରପାତକୁ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରି ଦିଆଯାଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍ରେ ୬୮.୫ ମିମି, କେସିଙ୍ଗା ବ୍ଲକ ରେ ୫୯.୪ ମିମି, କର୍ଲାମୁଣ୍ଡା ବ୍ଲକ୍ରେ ୪୮ ମିମି, ମଦନପୁର ରାମପୁର ବ୍ଲକ୍ରେ ୧୦୯ ମିମି, ନର୍ଲା ବ୍ଲକ୍ରେ ୧୩୬ମିମି, ଲାଞ୍ଜିଗଡ଼ ବ୍ଲକ୍ରେ ୧୧୦.୪ ମିମି, ଥୁଆମୂଳରାମପୁର ବ୍ଲକ୍ରେ ୩୫୨ମିମି, ଧର୍ମଗଡ଼ ବ୍ଲକ୍ରେ ୬୪.୨ ମିମି, ଜୁନାଗଡ଼ ବ୍ଲକ୍ରେ ୨୧୦.୪ମିମି, କଲମପୁର ବ୍ଲକ୍ରେ ୧୦୮.୩ମିମି, ଜୟପାଟଣା ବ୍ଲକ୍ରେ ୭୬ମିମି, କୋକସରା ବ୍ଲକ୍ରେ ୬୫ମିମି,ଗୋଲାମୁଣ୍ଡା ବ୍ଲକ୍ରେ ୮୧ ମିମି ବର୍ଷା ହୋଇଥିବା ପାଣି ପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ହାତୀନଦୀ ଓ ସାନ୍ଦୁଲ ନଦୀରେ ବନ୍ୟା ଯୋଗୁଁ ବ୍ୟାପକ ଚାଷ ଜମିରେ ବାଲି ମାଡି ଯାଇଛି।ଏହା ସହିତ ଜମି ଗୁଡିକ ଜଳମଗ୍ନ ହୋଇ ରହିଛି ।

