ଯାଜପୁର ରୋଡ : ଯାତ୍ରା ମଞ୍ଚରେ ନାଟକ ପରିବେଷଣ ହେଉଥିବାବେଳେ କଳାକାରଙ୍କୁ ଦର୍ଶକଙ୍କ ଚେୟାର ମାଡ। କିଛି ସମୟ ପାଇଁ ବନ୍ଦ ହେଲା ନାଟକ। ନାଟକରେ ହିନ୍ଦୁ ମାନଙ୍କୁ ଭକ୍ଷଣ ପାଇଁ ବାଧ୍ଯ କରାଯାଉଥିଲା । ଏହି ଦୃଶ୍ୟ ପରିବେଷଣ ହେଉଥିବା ବେଳେ ଦର୍ଶକ ଉତକ୍ଷିପ୍ତ ହୋଇ କଳାକାରଙ୍କ ଉପରକୁ ଚେୟାର ମାଡ କରିଥିଲେ।
ଫଳରେ ଅଭିନେତ୍ରୀ ତମସା ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କ ହାତରେ ଆଘାତ ଲାଗିଥିଲା । କିଛି ସମୟ ପାଇଁ ହୋ ହାଲ୍ଲା କରିଥିଲେ ଦର୍ଶକ ତାସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ କମିଟି ସଦସ୍ୟ ଓ କଳାକାର ଦର୍ଶକଙ୍କୁ ବୁଝାସୁଝା କରି ନାଟକ ଦେଖିବାକୁ ଅନୁରୋଧ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ହେଲେ ଏହି ଘଟଣା ଏବେ ଥାନାରେ ପହଞ୍ଚିଛି। ଥାନାରେ ହାଜର ହେବାପାଇଁ ପ୍ରଯୋଜକ,କଳାକର,ନିର୍ଦ୍ଦେଶକ,ଲୋକ ସମସ୍ତଙ୍କୁ ଥାନା ଅଧିକାରୀ ଥାନାକୁ ଡାକିଥିବା ସୂଚନା ମିଳିଛି । ସେପଟେ ପ୍ରଯୋଜକ କହିଛନ୍ତି ଆମେ ସମସ୍ତେ ଆଲୋଚନା କରି ନିଷ୍ପତି ନେବୁ। ଅଭିନେତ୍ରୀ ତମସା କହିଛନ୍ତି ଏସବୁ କାଳ୍ପନିକ ,ଅଭିନୟ ମାତ୍ର। ତେଣୁ ଆମ ନାଟକକୁ କେହି କୁଚକ୍ରୀ ବଦନାମ କରିବାକୁ ଚାହୁଁଛି । ଆମେ କୌଣସି ପରିସ୍ଥିତିରେ ନାଟକ ବନ୍ଦ ହେବାକୁ ଦେବୁନାହିଁ ।
